ବିବାଦରେ ଡବ୍ଲୁଏଫଆଇ ସଭାପତି, ପୁଣି ଧାରଣାରେ କୁସ୍ତି ଯୋଦ୍ଧା
୩ ମାସ ବିତିଥିଲେ ବି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ଧାରଣାରେ ବସିଥିବା ସୂଚନା ରହିଛି।
ଓଏଲ୍ ବ୍ୟୁରୋ: ପୁଣି ଥରେ ବିବାଦରେ କୁସ୍ତି ସଂଘ ସଭାପତି। ଜନ୍ତର ମନ୍ତରରେ ପଦକ ବିଜେତା ୭ କୁସ୍ତି ଯୋଦ୍ଧା ଏବେ ପୁଣି ଧାରଣାରେ ଥିବା ଜଣା ପଡିଛି। ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ସହ ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧା। ୩ ମାସ ବିତିଥିଲେ ବି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି କୁସ୍ତି ଯୋଦ୍ଧା ଧାରଣାରେ ବସିଥିବା ସୂଚନା ରହିଛି।
ଖବର ଅନୁସାରେ, ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଭାରତୀୟ କୁସ୍ତି ସଂଘ ସଭାପତି ତଥା ସାଂସଦ ବ୍ରିଜ୍ ଭୂଷଣ ଶରନ ସିଂଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ୩ମାସରୁ ଅଧିକ ଦିନ ହେବ ଵିଵାବଦରେ ରହିଛନ୍ତି। ଗତ ଜାନୁଆରୀ ମାସରେ ଦୁଇ ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍ ଏବଂ ସାକ୍ଷୀ ମଲିକ ସାଂସଦ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗତକାଲି ଦିଲ୍ଲୀ ଜନ୍ତରମନ୍ତର ଥରେ ହରତାଳ କରିଥିଲେ।
ସରକାରୀ ସ୍ତରରେ ଏଥିପାଇଁ କୌଣସି ପଦକ୍ଷେପ ନ ନିଆଯିବାରୁ ଅନ୍ୟ ବହୁ କୁସ୍ତି ଯୋଦ୍ଧା ବିନେଶଙ୍କ ସମର୍ଥନରେ ବାହାରିଥିଲେ। ଦେଶରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମଲ୍ଲଯୋଦ୍ଧା କ୍ୟାମ୍ପରେ ପ୍ରଶିକ୍ଷକଙ୍କ ସମେତ ସଂଘ ସଭାପତି ମଧ୍ୟ ମହିଳା ମଲ୍ଲଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରି ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିବାରୁ ଏବେ ପୁଣି ଥରେ ଧାରଣାରେ ବସିଛନ୍ତି ୭ କୁସ୍ତି ଯୋଦ୍ଧା।