ଟ୍ରେନ ଟଏଲେଟରୁ ମିଳଥିବା ମୃତ ମହିଳାଙ୍କ ମିଳୁନି ପରିଚୟ, ପୋଷ୍ଟର ଲଗାଇଲା ଜିଆରପି
ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଓଏଲ୍ ବ୍ୟୁରୋ: ଧାନବାଦ ଏକ୍ସପ୍ରେସରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଟ୍ରେନ ଟଏଲେଟ ଭିତରୁ ମିଳିଥିଲା ଜଣେ ଯୁବତୀଙ୍କ ମୃତଦେହ। ଟ୍ରେନରୁ ଯାତ୍ରୀ ମାନେ ବାହାରିବା ପରେ ଏହି ମୃତଦେହ ଜବତ କରାଯାଇଥିଲା। ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ମିଳିଥିବା ମୃତଦେହ ଚିହ୍ନଟ ହୋଇନଥିବା ବେଳେ କିଭଳି ଯୁବତୀଙ୍କ ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି। ଏନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା ଜିଆରପି।
ମୃତ ମହିଳାଙ୍କ ପୋଷ୍ଟର ଭୁବନେଶ୍ୱର ରେଳ ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ଜାଗାରେ ଲଗାଇଛି ଜିଆରପି। ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ସବୁ ପ୍ରକାର ଉଦ୍ୟମ କରୁଥିବା ବେଳେ ଆଜି ସତ୍ୟନଗର ଶ୍ମସାନରେ ହେବ ଶେଷକୃତ୍ୟ।