ମନି ଲଣ୍ଡରିଂ ମାମଲା: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି
ଅର୍ଚ୍ଚନାଙ୍କ ଘରୁ ଜବତ କରିଥିବା ୩ ମୋବାଇଲ ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଦେଲା ଖଣ୍ଡଗିରି ପୁଲିସ।

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅର୍ଚ୍ଚନା ନାଗ ହନି ଟ୍ରାପ୍ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି ବେହେରା ଆଜି କୋର୍ଟରେ ହାଜର ହୋଇନଥିବା ଜଣା ପଡିଛି। ପୂର୍ବରୁ କୋର୍ଟରୁ ସମୟ ମାଗିଥିଲେ ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିବା ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ହାଜର ହୋଇନଥିବା ଜଣା ପଡିଛି। ତେବେ ଏହି ମାମଲାକୁ ନେଇ ଭିସିରେ ହାଜର ହେଲେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର।
ଅନ୍ୟପକ୍ଷେ, ସେଣ୍ଟ୍ରାଲ ଫୋରେନସିକ ଲ୍ୟାବ ଗଲା ଅର୍ଚ୍ଚନା ନାଗର ମୋବାଇଲ। ଅର୍ଚ୍ଚନାଙ୍କ ୨ଟି ଓ ସ୍ୱାମୀ ଜଗବନ୍ଧୁଙ୍କ ଗୋଟିଏ ଫୋନ ଗଲା ସେଣ୍ଟ୍ରାଲ ଫୋରେନସିକ ଲ୍ୟାବ। ଅର୍ଚ୍ଚନାଙ୍କ ଘରୁ ଜବତ କରିଥିବା ୩ ମୋବାଇଲ ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଦେଲା ଖଣ୍ଡଗିରି ପୁଲିସ। ତେବେ ଏହି ମାମଲାରେ ତଦନ୍ତ ଜାରି ରହିଛି।
ଖବର ଅନୁସାରେ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଥିଲା। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା।
ଅର୍ଚ୍ଚନା ନାଗଙ୍କୁ ମଧ୍ୟ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।।