Odisha Link
Bridging the Missing Links in Odisha

ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ: ସୁରେଶ ପୂଜାରୀ

୧୨ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସଂପର୍କ କଣ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ସୁରେଶ ପୂଜାରୀ।

ଓଏଲ୍‌ ବ୍ୟୁରୋ: ଗୁଡୁ ମୁସଲିମକୁ ନେଇ ସାରା ରାଜ୍ୟରେ ଜୋର ଚର୍ଚ୍ଚା ହେଉଛି। ଗୁଡୁ ମୁସଲିମର ବରଗଡ଼ ଆସିବା ନେଇ ସାଂସଦ ସୁରେଶ ପୂଜାରୀ ନିଜର ମନ୍ତବ୍ୟ ରଖିଛନ୍ତି। ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି। ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା। ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ଗୁଡୁ ମୁସଲିମ ପୁରୀ ଓ ବରଗଡ଼ ଆସିଥିବା ଜଣାପଡ଼ିଛି। ଗୁଡୁର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାଁ ନାଁରେ ବହୁ ମାମଲା ରହିଛି। ଗୁଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସଂପର୍କ, କିଏ ରାଜାର ପୃଷ୍ଠପୋଷକ। ୧୨ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସଂପର୍କ କଣ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ସୁରେଶ ପୂଜାରୀ।

ସାଂସଦ ସୁରେଶ ପୂଜାରୀ ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସେ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ରାଜ୍ୟ ସରକାର ରାଷ୍ଟ୍ରହୀତ ଦୃଷ୍ଟିରୁ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସୁରେଶ ପୂଜାରୀ କହିଛନ୍ତି।

Leave A Reply

Your email address will not be published.