ରାଜ୍ୟରେ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ସର୍ବାଧିକ ସଂକ୍ରମିତ
ବଲାଙ୍ଗିରରେ ୨୧, ଜଗତସିଂହପୁରରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡ଼ା ଓ ସୁବର୍ଣ୍ଣପୁରରେ ୯ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ କରାଯାଇଛି।
ଓଏଲ୍ ବ୍ୟୁରୋ: ପୁଣି ଭୟ ବଢ଼ାଇଲାଣି କରୋନା ମହାମାରୀ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯୩ ସଂକ୍ରମିତ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୧୨୫ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସମ୍ବଲପୁରରେ ୭୧ଜଣ, କଟକରେ ୬୫ଜଣ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରେ ୨୮ଜଣ, ଖୋର୍ଦ୍ଧାରେ ୨୭ଜଣ ଚିହ୍ନଟ ସଂକ୍ରମିତ ଚିହ୍ନଟ କରାଯାଇଛି। ବଲାଙ୍ଗିରରେ ୨୧, ଜଗତସିଂହପୁରରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଡ଼ା ଓ ସୁବର୍ଣ୍ଣପୁରରେ ୯ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ କରାଯାଇଛି।
ଅନ୍ୟପଟେ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ। ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର। ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ବେଳେ ସମସ୍ତେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମାସ୍କ ବାଧ୍ୟତାମୂଳକ। କ୍ଲିନିକ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ। ଥଣ୍ଡା କାଶରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି।
ଖବର ଅନୁସାରେ, ଦେଶରେ ପ୍ରତିଦିନ କୋଭିଡ୍ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଜି ୭୧୭୯ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ଜଣଙ୍କ ଜୀବନ ଯାଇଛନ୍ତି। ଗତ ୭୦ ଦିନ ଭିତରେ ୬୫ ହଜାର ୬୮୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏବେ ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦେଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ହସ୍ପିଟାଲ୍ ଗୁଡ଼ିକ ହଟ୍ସ୍ପଟ ବନିବା ପୂର୍ବରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ତାଗିଦ୍ କରିଛନ୍ତି।