ଓଡ଼ିଶାରେ ଗଡ଼ିବ ମେଟ୍ରୋ, ଡିପିଆର ଦାୟିତ୍ବ ନେଲା ଦିଲ୍ଲୀ ମେଟ୍ରୋ
ଭୁବନେଶ୍ବର: ଓଡ଼ିଶାରେ ଗଡ଼ିବ ମେଟ୍ରୋ ଟ୍ରେନ୍। ଏନେଇ ନିକଟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାରିମଧ୍ୟରେ ମେଟ୍ରୋ ଟ୍ରେନ୍ ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ ମେଟ୍ରୋ ନେଟୱର୍କ ଲାଗି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଯାହାକୁ ଚ୍ୟାଲେଞ୍ଜର ସହ ଗ୍ରହଣ କରିଛି ଡିଏମ୍ଆରସି। ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏ ମେଟ୍ରୋ ଲାଗି ପ୍ରସ୍ତୁତ ହେବ ଡିପିଆର୍। ମେଟ୍ରୋ ଅପରେସନ ପ୍ଲାନ, ସିଗନାଲ, ଟେଲି ଯୋଗାଯୋଗ, ବିଦ୍ୟୁତ ଶକ୍ତି ଯୋଗାଣ ଆଦି ଦିଗକୁ ନେଇ ଡିପିଆର ପ୍ରସ୍ତୁତ ହେବ।
ମେଟ୍ରୋ ପ୍ରକଳ୍ପ ନିର୍ମାଣ ଓଡ଼ିଶା ରେଲ ଇନଫ୍ରାଷ୍ଟକଚର ଡେଭଲପମେଣ୍ଟ ଲିମିଟେଡର ତତ୍ତ୍ୱାବଧାନରେ ହେବ। ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ସହରାଞ୍ଚଳ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ଉନ୍ନୟନ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।