ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ, ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ
୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି।
ଓଏଲ୍ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ। ଦାନ୍ତେୱାଡାର ଅରନପୁର ଅଞ୍ଚଳର ଘଟଣା। ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଲେ ନକ୍ସଲ। ଡିଆରଜି ଯବାନଙ୍କ ନକ୍ସଲ ବିରୋଧୀ ଅପରେସନ ବେଳେ ଏହି ହମଲା ହୋଇଛି। ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।