ପୁରୀରେ ରଥ ନିର୍ମାଣ ସେବକଙ୍କ ପାଇଁ ୫ଲକ୍ଷ ଲେଖାଏଁ ବୀମା ଲାଗୁ
ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ଯାଏ ବୀମା ଲାଗୁ ହୋଇଛି।
ଓଏଲ୍ ବ୍ୟୁରୋ: ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରଥ ଖଳାରେ କାର୍ଯ୍ୟରତ ସେବକଙ୍କ ପାଇଁ ବୀମା ଘୋଷଣା କରାଯାଇଛି। ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଘୋଷଣା କରାଯାଇଛି। ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ଯାଏ ବୀମା ଲାଗୁ ହୋଇଛି। ୫ଟି ପର୍ଯ୍ୟାୟରେ କରାଯାଇଛି ଏହି ବୀମା ବ୍ୟବସ୍ଥା। ରଥଖଳା, ଗୁଣ୍ଡିଚା ମନ୍ଦିର, ପହଣ୍ଡି, ଶ୍ରୀମନ୍ଦିର ପାଇଁ ବୀମା ବ୍ୟବସ୍ଥା କରାଯାଇଛି।ରଥଯାତ୍ରାକୁ ନଜରରେ ରଖି ମିକ୍ସ ଟ୍ରାଫିକ ଲେନ ଓ ବାହ୍ୟ ପ୍ରଦକ୍ଷଣ ମାର୍ଗ କାର୍ଯ୍ୟ ଶେଷ ହେବ। ମେ’ ୩୧ ସୁଦ୍ଧା କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।