ଛତିଶଗଡ଼ରେ ନକ୍ସଲ ହମଲା, ଓଡ଼ିଶାର ୩ ଜିଲ୍ଲାକୁ ହାଇଆଲର୍ଟ
ଛତିଶଗଡ଼ ସୀମାକୁ ଲାଗିଥିବା ୩ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ କରାଯାଇଛି।
ଓଏଲ୍ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଦାନ୍ତେୱାଡାର ଅରନପୁର ଅଞ୍ଚଳର ଘଟଣା ଘଟିଛି। ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଲେ ନକ୍ସଲ। ଡିଆରଜି ଯବାନଙ୍କ ନକ୍ସଲ ବିରୋଧୀ ଅପରେସନ ବେଳେ ଏହି ହମଲା ହୋଇଛି। ଏହି ଘଟଣା ପରେ ଓଡ଼ିଶାର ୩ ଜିଲ୍ଲାକୁ ଆଲର୍ଟ କରାଯାଇଛି।
ଖବର ଅନୁସାରେ, ଛତିଶଗଡ଼ ଦନ୍ତେୱାଡ଼ାରେ ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ୩ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଆଲର୍ଟ କରାଯାଇଛି। ଘଟଣା ସ୍ଥଳରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ରହିଛି।