ବିଜେବି କଲେଜରେ ଗଣ୍ଡଗୋଳ ଘଟଣା: ଅଣଛାତ୍ରଙ୍କୁ କ୍ୟାମ୍ପସ ମନା
ଗତକାଲି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କଲେଜ କାନ୍ଥରେ ବିଜ୍ଞପ୍ତି ଦିଆଯାଇଛି।
ଓଏଲ୍ ବ୍ୟୁରୋ: କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ପରିସରରେ ମହାଭାରତ ଦେଖିବାକୁ ମିଳିଥିଲା। ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା। ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ କରଥିବା ଅଭିଯୋଗ ହୋଇଥିଲା। ବିଜେବି କଲେଜରେ ଅଣଛାତ୍ର ପ୍ରବେଶ ଘଟଣାକୁ ନେଇ ବଡ଼ ନିଷ୍ପତି ହୋଇଛି। ଅଣଛାତ୍ର ପ୍ରବେଶ ଉପରେ କଲେଜ କର୍ତ୍ତୃପକ୍ଷଙ୍କ କଟକଣା ଜାରି କରିଛନ୍ତି। ସନ୍ଧ୍ୟା ପରେ ସବୁ ଗେଟରେ ଝୁଲିବ ତାଲା। ସନ୍ଧ୍ୟା ୫ଟା ପରେ କଲେଜରେ ବୁଲିବେ ସ୍କ୍ବାର୍ଡ। ଗତକାଲି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କଲେଜ କାନ୍ଥରେ ବିଜ୍ଞପ୍ତି ଦିଆଯାଇଛି।
ସୂଚନା ଅନୁସାରେ, ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା। ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ କରଥିବା ଅଭିଯୋଗ ହୋଇଥିଲା। ୩ଜଣ ଛାତ୍ରଙ୍କୁ ୧୫ ଜଣ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ୩ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ୮ ଜଣ ଏବେ ସୁଦ୍ଧା ଗିରଫ ହୋଇଛନ୍ତି। ଏହି ଗଣ୍ଡଗୋଳ ଘଟଣାରେ ପ୍ରାୟ ୨୦ ଜଣଙ୍କ ସମ୍ପୃକ୍ତି ରହିଥିବା ସୂଚନା ରହିଛି। କଲେଜ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ଛାତ୍ର ଓ ଅଣଛାତ୍ର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ସମୟରେ ବ୍ୟବହାର ହୋଇଥିବା ଛୁରୀ, ବାଇକ ଓ ଷ୍ଟମ୍ପ ପୋଲିସ ଜବତ କରିଛି।