Odisha Link
Bridging the Missing Links in Odisha

ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ବର୍ତ୍ତମାନ ବ୍ୟାଟେରି ଚାଳିତ ଯାନର ଚାହିଦା ଅଧିକ ଦେଖିବାକୁ ମିଳିଛି। ଆଉ ବ୍ୟାଟେରି ଚାଳିତ ଯାନର ବିକ୍ରି ମଧ୍ୟ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ବ୍ୟାଟେରି ଚାଳିତ ଯାନ ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ବ୍ୟାଟେରି ଚାଳିତ ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ ଟଙ୍କା ସବସିଡି ଆକାରରେ ପାଇବେ।

ସୂଚନା ଅନୁସାରେ, ଦୁଇ ଚକିଆ ଗାଡ଼ି କିଣୁଥିଲେ ପ୍ରତି ୧ କିଲୋୱାଟ୍ ବ୍ୟାଟେରି ପିଛା ୫ ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା ସବସିଡି ମିଳିବ। ସେହିଭଳି ଅଟୋ ରିକ୍ସା କ୍ଷେତ୍ରରେ ସର୍ବାଧିକ ୩୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ୧ କିଲୋୱାଟ୍ ବ୍ୟାଟେରି ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ସବସିଡି ଦେବେ ରାଜ୍ୟ ସରକାର।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଭେଇକିଲ୍ ମୂଲ୍ୟରେ ୧୫ ପ୍ରତିଶତ ସବସିଡି ଦେଉଥିଲେ। ୨ ଚକିଆ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା, ୩ ଚକିଆ କ୍ଷେତ୍ରରେ ୧୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ସର୍ବାଧିକ ୫୦ ହଜାର ଟଙ୍କା ସବସିଡି ଦେଉଥିଲେ ରାଜ୍ୟ ସରକାର।

Leave A Reply

Your email address will not be published.