Odisha Link
Bridging the Missing Links in Odisha

ଆନେମିଆ ମୁକ୍ତ ଓଡ଼ିଶା ପାଇଁ ଅମ୍ଳାନ କାର୍ଯ୍ୟକ୍ରମ, ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଟାବଲେଟ୍‌

ଜୁନ୍ ୧୬ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଟାବଲେଟ୍‌ ବଣ୍ଟାଯିବାର ଯୋଜନା ରହିଛି। 

ଓଏଲ୍‌ ବ୍ୟୁରୋ: ଅତ୍ୟଧିକ ଖରା ଯୋଗୁଁ ରାଜ୍ୟ ସରକାର ଜୁନ ୧୬ଯାଏଁ ଖରାଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ରକ୍ତ ହୀନତାରୁ ମୁକ୍ତି ଦେବା ତଥା ଆନେମିଆ ମୁକ୍ତ ଓଡ଼ିଶା ପାଇଁ ଅମ୍ଳାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସ୍କୁଲ ଛୁଟି ଘୋଷଣା ପରେ ମଧ୍ୟ ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍‌ ବଟିକା। ଜୁନ୍ ୧୬ ତାରିଖ ଯାଏଁ ଘରକୁ ଯାଇ ଟାବଲେଟ୍‌ ବଣ୍ଟାଯିବାର ଯୋଜନା ରହିଛି। ଟାବଲେଟ୍‌ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁସାରେ, ରକ୍ତହୀନତା ଏକ ସାଧାରଣ ରୋଗ ନୁହେଁ। ଯାହା ସାଧାରଣତଃ ଶରୀରକୁ ଦୁର୍ବଳ କରିଦିଏ। ଆନେମିଆରୁ ମୁକ୍ତି ପାଇବା ତଥା ଏଥିପାଇଁ ପୂର୍ବରୁ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଆନେମିଆ ମୁକ୍ତ ଓଡ଼ିଶା ପାଇଁ ଅମ୍ଳାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍‌ ବଟିକା। ଜୁନ୍ ୧୬ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଟାବଲେଟ୍‌ ବଣ୍ଟାଯିବାର ଯୋଜନା ରହିଛି।

Leave A Reply

Your email address will not be published.