ଗୋଲଡେନ୍ ବାବାଙ୍କ ନାଁରେ ଠକେଇ ଅଭିଯୋଗ, ସିଜ୍ ହେଲା ୨୮ ଲକ୍ଷର ଅଡି କାର
ଅପରାଧିକ ମାମଲାରେ ଜଡିତ ଥିବା ଗୋଲଡେନ୍ ବାବା ଓରଫ୍ ଜ୍ୟୋତି ରଞ୍ଜନ ବେହେରା ଏବେ ଫେରାର ଅଛନ୍ତି।
ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଗୋଲଡେନ ବାବାଙ୍କ ନାଁରେ ଠକେଇ ଅଭିଯୋଗ। ଅନେକ ଅପରାଧିକ ମାମଲାରେ ୬ ଜଣଙ୍କଠାରୁ ୫ କୋଟି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ତଦନ୍ତ କରି ଭୁବନେଶ୍ୱର ସିଆରପି ନିକଟରୁ ତାଙ୍କ ଦାମୀ ଗାଡିକୁ ଜଵତ କରିଛି ଇଡି। ଗୋଲଡେନ୍ ବାବାଙ୍କ ୨୮ ଲକ୍ଷର ଅଡି କାର ବର୍ତ୍ତମାନ ସିଜ ହୋଇଛି। ଅପରାଧିକ ମାମଲାରେ ଜଡିତ ଥିବା ଗୋଲଡେନ୍ ବାବା ଓରଫ୍ ଜ୍ୟୋତି ରଞ୍ଜନ ବେହେରା ଏବେ ଫେରାର ଅଛନ୍ତି।
ଖବର ଅନୁସାରେ, ଗୋଲଡେନ୍ ବାବା ଓରଫ୍ ଜ୍ୟୋତିରଞ୍ଜନଙ୍କ ଘର କେନ୍ଦୁଝର ବଡ଼ବିଲ ଅଞ୍ଚଳରେ। ୨୦୨୦ ଜାନୁଆରୀରେ ଗୋଲଡେନ୍ ବାବାଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ଜାମିନରେ ଆସିବା ପରେ ସେ ଫେରାର ହୋଇଯାଇଥିଲେ। ଇଓଡବ୍ଲ୍ୟୁ ପ୍ରଥମେ ତାଙ୍କୁ ସମନ କରିଥିଲା। ସେ ନ ଆସିବାରୁ ତାଙ୍କ ବିରୋଧରେ ଗିରଫ ବିହୀନ ଜାମିନ୍ ପରୱାନା ଜାରି କରିଥିଲା। ପରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ଇଡିର ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଧରିବାରେ ଇଡି ସଫଳ ହୋଇପାରିନାହିଁ।