Odisha Link
Bridging the Missing Links in Odisha

ଛତିଶଗଡ଼ରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, ଶେଷ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ସହିଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଦନ୍ତେୱାଡ଼ା ପୁଲିସ ପଡ଼ିଆରେ ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ସହ ଶ୍ରଦ୍ଧାଞ୍ଜଳି। ସହିଦଙ୍କୁ ଶେଷ ସମ୍ମାନ ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ସହିଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ।

ଖବର ଅନୁସାରେ, ଛତିଶଗଡ଼ ଦନ୍ତେୱାଡ଼ାରେ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହେବା ସହ କିଛି ଯବାନ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ପରେ ସହିଦ ଯବାନ ଓ ମୃତ ଡ୍ରାଇଭରଙ୍କ ନାଁ ପ୍ରକାଶ କରିଥିଲା ଛତିଶଗଡ଼। ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି, ଜୋଗା ସୋଡି, ମୁନ୍ନାରାମ କଡ଼ତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡ଼ିୟାମ, ଜଗଦୀଶ କବାସୀ। ସେହିପରି ଏହି ଆକ୍ରମଣରେ ପ୍ରାଣ ହରାଇଥିବା ମୃତ ଡ୍ରାଇଭରଙ୍କ ନାଁ ଧନୀରାମ ଯାଦବ ହୋଇଥିବା ସୂଚନା।

Leave A Reply

Your email address will not be published.