ପିସିସି କମିଟିରେ ବହୁ ଅନୁପଯୁକ୍ତ ବ୍ୟକ୍ତି ଅଛନ୍ତି, ଯାହାକୁ ନେଇ ମୁଁ ଅସନ୍ତୁଷ୍ଟ: ସୁର ରାଉତରାୟ
ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କୁ ଅବଗତ କରିଛି।
ଓଏଲ୍ ବ୍ୟୁରୋ: ଗଠନ ହୋଇଛି ନୂତନ ପିସିସି କମିଟି। ନବଗଠିତ ପିସିସିକୁ ନେଇ ଅସନ୍ତୋଷ ଝାଡ଼ିଲେ ସୁର ରାଉତରାୟ। ପୂର୍ବରୁ ତାରା ବାହିନୀପତି ଅସନ୍ତୋଷ ହୋଇଥିବାବେଳେ ଏବେ ସୁରା ରାଉତରାୟ ମଧ୍ୟ ଅସନ୍ତୋଷ ଥିବା ଜଣା ପଡିଛି। ସୁର ରାଉତରାୟ କହିଛନ୍ତି, କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି, ଯାହାକୁ ନେଇ ମୁଁ ଅସନ୍ତୁଷ୍ଟ। ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କୁ ଅବଗତ କରିଛି। ବାଦ୍ ପଡ଼ିଥିବା କିଛି ନାଁକୁ କମିଟିରେ ସାମିଲ୍ କରିବାକୁ କହିଛି। ଅସନ୍ତୁଷ୍ଟ ଥିଲେ ସଭାପତିଙ୍କୁ ଜଣାଇବାକୁ କହିଲେ ସୁର ରାଉତରାୟ। ଦଳ ବିରୋଧୀ ହୋଇ ନିର୍ବାଚନ ବର୍ଷରେ ଦଳର କ୍ଷତି ନ କରନ୍ତୁ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ।
ଖବର ଅନୁସାରେ, ନବଗଠିତ ପିସିସିରେ ତାରା ବାହିନୀପତିଙ୍କୁ ସିନିଅର ଉପସଭାପତି କରାଯାଇଛି। ତେବେ ନବଗଠିତ ପିସିସି କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଜୟପୁର ବିଧାୟକ ତାରା ବାହିନୀପତି। ଜୟପୁର ବିଧାୟକ ତାରା ବାହିନୀପତି କହିଥିଲେ, ନବଗଠିତ କମିଟିରେ ରହିବାକୁ ଇଚ୍ଛା ନାହିଁ। ନବଗଠିତ ପିସିସିକୁ ନେଇ ଜୟପୁର ବିଧାୟକ ତାରା ବାହିନୀପତି ଆହୁରି ମଧ୍ୟ କହିଥିଲେ, ଇସ୍ତଫା ଦେଲେ କିଏ କଣ ଭାବିବ ସେଥିପାଇଁ ଇସ୍ତଫା ଦେଇନି। ମୋତେ ଦାୟିତ୍ୱର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନା ହିଁ କାଫି। ଦାୟିତ୍ବ ନେଲେ ଆମେ ନିଜ ନିର୍ବାଚନମଣ୍ଡଳୀରେ ବୁଲି ପାରିବୁନୁ। କମିଟିରେ ସିନିଅର ଉପସଭାପତି କରିଥିବାରୁ ଧନ୍ୟବାଦ ଦେଇଥିଲେ ତାରା ବାହିନୀପତି।