Odisha Link
Bridging the Missing Links in Odisha

ମହାମାରୀ ଭୟ, ଦେଶରେ ୯ ହଜାର ୩୫୫ କରୋନା ପଜିଟିଭ ଚିହ୍ନଟ

ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୭ ହଜାର ୪୧୦କୁ ବୃଦ୍ଧି ପାଇଛି।

ଓଏଲ୍‌ ବ୍ୟୁରୋ: ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ। ଦେଶରେ ଗତ ୯ ହଜାର ୩୫୫ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଗତକାଲି ୯,୬୨୯ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା। ଦିନକରେ ସୁସ୍ଥ ହୋଇଥିଲେ ୧୧,୯୬୭ ଆକ୍ରାନ୍ତ। ଏହାକୁ ଦେଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ହସ୍ପିଟାଲ୍‌ ଗୁଡ଼ିକ ହଟ୍‌ସ୍ପଟ ବନିବା ପୂର୍ବରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ତାଗିଦ୍‌ କରିଛନ୍ତି।

ଅନ୍ୟପଟେ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ। ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର। ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ବେଳେ ସମସ୍ତେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମାସ୍କ ବାଧ୍ୟତାମୂଳକ। କ୍ଲିନିକ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍‌ ମଧ୍ୟ ପିନ୍ଧିବେ ମାସ୍କ। ଥଣ୍ଡା କାଶରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି।

Leave A Reply

Your email address will not be published.