Odisha Link
Bridging the Missing Links in Odisha

୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି: ପୀତାମ୍ବର ଆଚାର୍ଯ୍ୟ

ପୂର୍ବରୁ ଅନେକ ନେତା ଏନେଇ ମନ୍ତବ୍ୟ ରଖିଥିବାବେଳେ ବର୍ତ୍ତମାନ ବିଜେପି ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ହଜିଯାଇଥିବା ଫାଇଲ ମିଳି ସାରିଥିବା କୁହାଯାଉଛି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ପ୍ରେସମିଟରେ ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି। ରତ୍ନଭଣ୍ଡାର ଲୁଟ୍ ହେଉଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି। ମିଳିଥିବା ଡୁପ୍ଲିକେଟ ଚାବି ରତ୍ନଭଣ୍ଡାରର କି ନୁହେଁ, ସ୍ପଷ୍ଟୀକରଣ ରଖନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି, କମିଶନ ରିପୋର୍ଟ ଉପସ୍ଥାପନ ଓ ଆକ୍ସନ ଟେକେନ ସାର୍ବଜନୀନ କରାଯାଉ। ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ସରକାର ଦାୟିତ୍ବ ହସ୍ତାନ୍ତର କରନ୍ତୁ। ଯଦି ଜଗନ୍ନାଥଙ୍କ ପ୍ରକୃତ ଭକ୍ତ, କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜଣାନ୍ତୁ ବୋଲି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ତେବେ ରତ୍ନଭଣ୍ଡାରକୁ ରାଜନୈତିକ ଚର୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ଅନେକ ନେତା ଏନେଇ ମନ୍ତବ୍ୟ ରଖିଥିବାବେଳେ ବର୍ତ୍ତମାନ ବିଜେପି ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

Leave A Reply

Your email address will not be published.