ଘାଟିରୁ ଖସିଲା ଆମ୍ବୁଲାନ୍ସ, ଦୁଇ ଯବାନ ସହିଦ
ଯେଉଁଥିରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା।

ଓଏଲ୍ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଘଟିଥିବା ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଘାଟିରୁ ଆମ୍ବୁଲାନ୍ସ ଖସିବରୁ ଦୁଇ ଯବାନ ସହିଦ ହୋଇଛନ୍ତି। ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏଲଓସି ନିକଟରେ କେରି ସେକ୍ଟରେ ଏହି ଦୁର୍ଘଟଣା ଘଟିଛି।
ଖବର ଅନୁସାରେ, ଜମ୍ମୁ-କାଶ୍ମୀରରେ ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ ଅତି ସଂକୀର୍ଣ୍ଣ ବୁଲାଣିରେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଛି।
ଗତ ଏପ୍ରିଲ ୨୦ ତାରିଖରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ୍କୁ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିବାରୁ ୫ ଜଣ ଯବାନ ସହିଦ ହୋଇଥିଲେ। ଯେଉଁଥିରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ସିକ୍କିମରେ ଘାଟିରୁ ସେନାର ଏକ ଗାଡ଼ି ଖସି ପଡ଼ିବାରୁ ୧୬ ଜଣ ଯବାନ ଙ୍କର ମୃତ୍ୟୁ ଘଟିଥିଲା।