ଦନ୍ତେୱାଡ଼ାରେ ୧୦ ଯବାନ ସହିଦ ଘଟଣା: ୨ମାସ ପୂର୍ବରୁ ରାସ୍ତାରେ ବୋମା ଖଞ୍ଜା ଯାଇଥିଲା
ଦୀର୍ଘଦିନରୁ ନିଆଯାଇଥିବା ତାର ଉପରେ ଘାସ ଉଠିଯାଇଥିଲା।

ଓଏଲ୍ ବ୍ୟୁରୋ: ଦନ୍ତେୱାଡ଼ା ନକ୍ସଲ ହମଲାରେ ୧୦ ଯବାନ ସହିଦ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣା ସଂପର୍କରେ ଆଇଜି ପି.ସୁନ୍ଦରରାଜ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୨ମାସ ପୂର୍ବରୁ ନକ୍ସଲ ରାସ୍ତାରେ ବୋମା ପୋତିଥିଲେ। ପୋତାଯାଇଥିବା ବୋମାରେ ୩୦/୪୦ କେଜି ବିସ୍ଫୋରକ ଥିଲା। ସ୍କାନରରୁ ରକ୍ଷା ପାଇବାକୁ ଗଭୀରରେ ପୋତା ଯାଇଥିଲା ବୋମା। ବୋମାକୁ ସଂଯୋଗ କରୁଥିବା ତାର ୩/୪ ଇଞ୍ଚ ମାଟିତଳେ ଯାଇଥିଲା। ଦୀର୍ଘଦିନରୁ ନିଆଯାଇଥିବା ତାର ଉପରେ ଘାସ ଉଠିଯାଇଥିଲା। ଘାସ ଥିବାରୁ ତାର ଦେଖାଯାଉନଥିଲା, ସ୍କାନର ପାଇନଥିଲା ବୋଲି ଆଇଜି ପି.ସୁନ୍ଦରରାଜ କହିଛନ୍ତି।