ଶ୍ରମ ଦିବସରେ ଶ୍ରମିକଙ୍କୁ ଭେଟି, ଓଡ଼ିଶାରେ ଖୋଲିବ ୨୦୦ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ
ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ ସମ୍ମାନ ଦେଇ ଏହି ଶ୍ରମିକ ଦିବସ ପାଳିତ ହେଉଛି।
ଓଏଲ୍ ବ୍ୟୁରୋ: ଆଜି ସାରା ବିଶ୍ୱରେ ପାଳିତ ହେଉଛି ଶ୍ରମିକ ଦିବସ। ତେବେ ଶ୍ରମିକ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାରେ ଖୋଲିବ ୨୦୦ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟ ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେବ। ଏଥିପାଇଁ ଓପିଏସସିକୁ ନିଯୁକ୍ତି ଦେବାକୁ ନିବେଦନ କରାଯାଇଛି। ପୂର୍ବରୁ ୩୨ ଶ୍ରମ କାର୍ଯ୍ୟାଳୟ ଜିଲ୍ଲା ମୁଖ୍ୟାଳୟରେ ଅଛି। ଶ୍ରମିକଙ୍କୁ କାର୍ଯ୍ୟାଳୟ ଦୂର ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରମିକ ଦିବସରେ ଶ୍ରମମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି।
ବିଗତ ୧୩୪ ବର୍ଷ ଧରି ବିଶ୍ବରେ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ ସମ୍ମାନ ଦେଇ ଏହି ଶ୍ରମିକ ଦିବସ ପାଳିତ ହେଉଛି। ଏହା ଯେ କେବଳ ଶ୍ରମିକ ମାନଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଦରକାର। ଆଜିର ଦିନରେ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ରଖାଯାଇଥିଲା। ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ।