ତାତିରୁ ଆଶ୍ବସ୍ତି, ରାଜ୍ୟରେ ଆହୁରି ୪ଦିନ କାଳବୈଶାଖୀ ଆଶଙ୍କା
ତେବେ ଆସନ୍ତା ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି।

ଓଏଲ୍ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ତ୍ରାହି। ସକାଳୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କୋହଲା ପାଗ। ଉପକୂଳରୁ ଉତ୍ତର,ପଶ୍ଚିମ ଓଡ଼ିଶାରେ ମେଘୁଆ ପାଗ। ହାଲୁକା ପବନ ସାଙ୍ଗକୁ ମେଘ ଘୋଡେଇ ହୋଇ ରହିଛି। ଏସବୁ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିଛି ବର୍ଷା। ବର୍ଷା ପାଇଁ ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବର୍ଷା କାରଣରୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ କମ ଗରମ ଅନୁଭୂତ ହେବ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି। ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସହ ଅନ୍ୟ କେତେକ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ତେବେ ଆସନ୍ତା ୬ ତାରିଖରୁ ପୁଣି ଗରମ ବଢିବ ବୋଲି ଆକଳନ କରାଯାଇଛି।