ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେବେ ରଞ୍ଜନ କୁମାର ଦାସ
ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କଠାରୁ ନେବେ ଦାୟିତ୍ବ।
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ସ୍ଥରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେବେ ରଞ୍ଜନ କୁମାର ଦାସ। ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କଠାରୁ ନେବେ ଦାୟିତ୍ବ। ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନଙ୍କୁ ମିଳିଛି ନିଯୁକ୍ତି।
ଅନ୍ୟପଟେ, ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ରଞ୍ଜନ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ରଞ୍ଜନ ଦାସ। ଦିଲ୍ଲୀପ ରାଉତରାୟଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ, ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।