ଆଜିଠୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ରଞ୍ଜନ କୁମାର ଦାସ
ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନଙ୍କୁ ନିଯୁକ୍ତି ଦିଆଯାଇଛି।
![](https://www.odishalink.com/wp-content/uploads/2023/05/ranjan-ku-750x430.jpg)
ଓଏଲ୍ ବ୍ୟୁରୋ: ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଇଏଏସ ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ। ୨୦୦୭ ବ୍ୟାଚର ଆଇଏଏସ ରଞ୍ଜନ କୁମାର ଦାସ। ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କଠୁ ଦାୟିତ୍ବ ଗ୍ରହଣ କଲେ। ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନଙ୍କୁ ନିଯୁକ୍ତି ଦିଆଯାଇଛି। ଆଜିଠୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ରଞ୍ଜନ କୁମାର ଦାସ।
ଖବର ଅନୁସାରେ, ରାଜ୍ୟ ସରକାର ଆଇଏଏସ୍ ଅଧିକାରୀ ସ୍ଥରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଥିଲା। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି ରଞ୍ଜନ କୁମାର ଦାସ। ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କଠାରୁ ଦାୟିତ୍ବ ନେଇଛନ୍ତି। ଦିଲ୍ଲୀପ ରାଉତରାୟଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ, ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।