Odisha Link
Bridging the Missing Links in Odisha

କଟକରେ ତନ୍ତ୍ର ସାଧନା ନାଁରେ ଠକେଇ ଘଟଣା: ୪ ଦିନ ରିମାଣ୍ଡରେ ଯିବ ଅଭିଯୁକ୍ତ

ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ ବୋଲି କହିଥିଲେ କଟକ ଡିସିପି ପିନାକ ମିଶ୍ର।

ଓଏଲ୍‌ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଗିରଫ କରିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁଲିସ। ତେବେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ କରୁଥିବା ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଅନୁମୋଦନ ଦେଇଛି କଟକ ଜେଏମଏଫସି କୋର୍ଟ।

ପୂର୍ବରୁ ଏହି ଘଟଣାକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରେସ୍‌ମିଟରେ ସୂଚନା ଦେଇଥିଲେ ଯେ, ଠକେଇ କରିଥିବା ତାନ୍ତ୍ରିକ କୈଫିକ ଖାନ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଲୋକ ତାନ୍ତ୍ରିକ କୈଫିକ ଖାନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ ବୋଲି କହିଥିଲେ କଟକ ଡିସିପି ପିନାକ ମିଶ୍ର।

ସେ ଆହୁରି ମଧ୍ୟ କହିଥିଲେ, ବାହାର ଜିଲ୍ଲାରେ ମଧ୍ୟ ଠକେଇ କରିବାର ସୂଚନା ମିଳିଛି। କେତେ ଲୋକଙ୍କୁ ଠକିଛି ଓ କେତେ ପରିମାଣ ପାଇଛି ତଦନ୍ତ ଚାଲିଛି। କୈଫକର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଥିଲେ କଟକ ଡିସିପି। ତେବେ ରିମାଣ୍ଡରେ ଆଣି ପୁଲିସ ତଦନ୍ତ ଜାରି କଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Leave A Reply

Your email address will not be published.