ସାରା ରାଜ୍ୟରେ ଚାଲିବ ଏକ ପ୍ରକାର ବୋଟ, କେନ୍ଦ୍ରୀୟ ଆଇନ ଢାଞ୍ଚାରେ ପ୍ରସ୍ତୁତ ହେବ ଅଧିନିୟମ
ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ରହିବ।
![](https://www.odishalink.com/wp-content/uploads/2023/05/usha.jpg)
ଓଏଲ୍ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶା ପାଇଁ ଆସିବାକୁ ଯାଉଛି ବୋଟ ଅଧିନିୟମ। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଏହି ଅଧିନିୟମ। ଆସନ୍ତା ୨ ମାସରେ ଆସିବ ନୂଆ ଓଡ଼ିଶା ବୋଟ ନିୟମ। ଜଳପଥରେ ନିରାପଦ ଯାତ୍ରା ଉପରେ ଗୁରୁତ୍ୱ ଦିଆଯିବ। ତାହା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ରହିବ। ତେବେ ଏହି ଅଧି ନିୟମ ଅନୁସାରେ ସାରା ରାଜ୍ୟରେ ଗୋଟିଏ ପ୍ରକାର ବୋଟ ଚାଲିବ। ତେବେ ଏନେଇ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ଏହି ବୋଟ ନିୟମ ୧୯ବର୍ଷ ପୂର୍ବରୁ ବଦଳି ଥିଲା। ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ଏହି ନିୟମରେ ପରିବର୍ତନ କରାଯିବ ବୋଲି ସୂଚନା ରହିଛି।