ପୁରୀ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକ ମୃତ, ଜଣେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର
ପୁରୀ ସ୍ୱର୍ଗଦ୍ୱାର ନିକଟ ୧୩ନଂ ସେକ୍ଟରରେ ଗାଧୋଇବା ବେଳେ ଘଟିଛି ଏହି ଅଘଟଣ।
ଓଏଲ୍ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ପାଣିରେ ବୁଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ପୁରୀ ସମୁଦ୍ରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକ ମୃତ୍ୟୁ ହୋଇଛି। ପୁରୀ ସ୍ୱର୍ଗଦ୍ୱାର ନିକଟ ୧୩ନଂ ସେକ୍ଟରରେ ଗାଧୋଇବା ବେଳେ ଘଟିଛି ଏହି ଅଘଟଣ। ତେବେ ଗାଧୋଇବା ସମୟରେ ୩ ପର୍ଯ୍ୟଟକ ପାଣିରେ ବୁଡି ଯାଇଥିଲେ।
୩ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିବା ଆହତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ୩ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା ରହିଛି।