Odisha Link
Bridging the Missing Links in Odisha

ଆସନ୍ତା ୯ରେ ବାତ୍ୟା ଆଶଙ୍କା, ରାଜ୍ୟରେ ଆହୁରି ୩ ଦିନ ହୋଇପାରେ ବର୍ଷା

ଆସନ୍ତା ୮ ତାରିଖକୁ ଏହା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ତ୍ରାହି। କାଳବୈଶାଖୀ ପ୍ରଭାବରେ ଦିନର ତାପମାତ୍ରା କମିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ କମ ରହୁଛି ତାପମାତ୍ରା। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବାବେଳେ ଆହୁରି ୩ ଦିନ ବର୍ଷା ଆଶଙ୍କା। ଆସନ୍ତା ୫ ତାରିଖ ଯାଏଁ ଝଡ଼ପବନ ସହ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ପ୍ରକାଶ ପାଇଛି।

ଅନ୍ୟପଟେ, ସାମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୬ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଘୂର୍ଣ୍ଣିବଳୟ ୭ ତାରିଖ ବେଳକୁ ଲଘୁଚାପର ରୂପ ନେବା ନେଇପାରେ। ଆସନ୍ତା ୮ ତାରିଖକୁ ଏହା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୯ ତାରିଖରେ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜ୍ୟ ସରକାର ସାମ୍ଭାବ୍ୟ ବାତ୍ୟାକୁ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.