Odisha Link
Bridging the Missing Links in Odisha

ପୁଣି ପୁରୀ ସମୁଦ୍ରରେ ଅଘଟଣ, ପାଣିରେ ବୁଡ଼ି ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ

ଗାଧୋଉଥିବା ବେଳେ ସମୁଦ୍ରରେ ବୁଡ଼ି ଦୁଇ ମୃତ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ମୃତକ ପଶ୍ଚିମବଙ୍ଗ ହୁଗୁଳିର ୩୨ବର୍ଷୀୟ ଅରିନ୍ଦମ ଦାସ।

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ପୁଣି ପୁରୀ ସମୁଦ୍ରରେ ଅଘଟଣ। ପାଣିରେ ବୁଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ପୁରୀ ସମୁଦ୍ରରେ ବୁଡ଼ି ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ସେକ୍ଟର ୧୩ କ୍ୟାମେଲିଆ ହୋଟେଲ ସମ୍ମୁଖ ସମୁଦ୍ରରେ ଅଘଟଣ ଘଟିଛି। ଗାଧୋଉଥିବା ବେଳେ ସମୁଦ୍ରରେ ବୁଡ଼ି ଦୁଇ ମୃତ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ମୃତକ ପଶ୍ଚିମବଙ୍ଗ ହୁଗୁଳିର ୩୨ବର୍ଷୀୟ ଅରିନ୍ଦମ ଦାସ। ଅନ୍ୟଜଣେ ମୃତ ପର୍ଯ୍ୟଟକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ଜଣା ପଡିଛି।

ଗତକାଲି ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ୨ ପର୍ଯ୍ୟଟକ ମୃତ୍ୟୁ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାର ନିକଟ ୧୩ନଂ ସେକ୍ଟରରେ ଗାଧୋଇବା ବେଳେ ଘଟିଥିଲା ଏହି ଅଘଟଣ। ତେବେ ଗାଧୋଇବା ସମୟରେ ୩ ପର୍ଯ୍ୟଟକ ପାଣିରେ ବୁଡି ଯାଇଥିଲେ। ୩ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିବାବେଳେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିବା ଆହତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ୩ ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା ରହିଥିଲା।

Leave A Reply

Your email address will not be published.