ଗଢ଼ା ହେଉଛି ମହାମହିମଙ୍କ ସୁନ୍ଦର ଫାଇଭର ମୂର୍ତ୍ତୀ, ସ୍ଥାପନ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟରେ
ମୂର୍ତ୍ତିଟି ବାରିପଦାର ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ପରିସରରେ ଲାଗିବ।

ଓଏଲ୍ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିରେ ପ୍ରଥମ ଥର ପାଦ ଦେଲେ ମହାମହିମ। ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି। ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ମହାମହିମ ୩ ଦିନିଆ ଓଡିଶା ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମହାମହିମଙ୍କୁ ସମ୍ମାନ ଜଣାଇ କଟକ କାଠଗଡ଼ା ସାହିରେ ତିଆରି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁନ୍ଦର ଫାଇଭର ମୂର୍ତ୍ତୀ। ମୂର୍ତ୍ତୀ କାରିଗର ଲକ୍ଷ୍ମୀଧର ରଣା ଏହାକୁ ଗଢୁଛନ୍ତି। ମୂର୍ତ୍ତିଟି ବାରିପଦାର ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ ପରିସରରେ ଲାଗିବ। ଆଜି ରାତିରେ କାମ ସରିବା ପରେ ବାରିପଦା ଯିବ ମହାମହିମଙ୍କ ସୁନ୍ଦର ମୂର୍ତ୍ତୀ।
ଖବର ଅନୁସାରେ, ଆଜି ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ ମହାମହିମ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ। ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଛାତ୍ରଛାତ୍ରୀଙ୍କ ସହ ଭେଟିଥିଲେ ମହାମହିମ। ମହାମହିମଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ। ଗ୍ରାମବାସୀ ମାନେ ନିଜ ଗାଁରେ ରାଷ୍ଟ୍ରପତିଙ୍କୁ ପାଇଁ ଗର୍ବ ଅନୁଭବ କରିଛନ୍ତି। ଆସନ୍ତା ୫ରେ ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ମେ’ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ନିଜ ସ୍କୁଲ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।