ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର, ଜଣେ ଯବାନ ସହିଦ
ଘଟଣାସ୍ଥଳରେ ପାଇଲଟ ଆହତ ହୋଇଥିବାବେଳେ ସୁରକ୍ଷିତ ଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି। କିସ୍ତିୱାର ନିକଟରେ ହେଲିକପ୍ଟର ଖସି ପଡ଼ିଥିବା ସୂଚନା ମିଳିଛି। ଆର୍ମି ହେଲିକପ୍ଟର ଏଏଲଏକ ଧ୍ରୁବ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ପାଇଲଟ ଆହତ ହୋଇଥିବାବେଳେ ସୁରକ୍ଷିତ ଥିବା ସୂଚନା ମିଳିଛି।