Odisha Link
Bridging the Missing Links in Odisha

ଝାରସୁଗୁଡାରେ ରାଜନେତାଙ୍କ ଭିଡ଼, ଉପ-ନିର୍ବାଚନରେ କାହାର ପଲ୍ଲା ହେବ ଭାରି…

ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଚାରରେ କମ୍ପୁଛି ମଇଦାନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା।

ଏହାରି ଭିତରେ ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଚାର ବେଳେ ବିଜେପି-ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ଠେଲାପେଲା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ମଙ୍ଗଳ ବଜାର ୨୨ ନମ୍ବର ୱାର୍ଡ ଭିତରକୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟ ବିଜେପି-ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ସେପଟେ ବିଜେଡି କର୍ମୀଙ୍କୁ ବିରୋଧ କରି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଝାରସୁଗୁଡା ଟାଉନ ଥାନା ଜିଲ୍ଲା ବିଜେପି ଘେରାଉ କରିଛି।

ଖବର ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛି ଶାସକ ବିଜୁ ଜନତା ଦଳ। ନିର୍ବାଚନ ଆଉ ମାତ୍ର ୭ଦିନ ଥିବା ବେଳେ ବିଜେଡିରେ ମିଶିଥିଲେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ। ଯାହା ଭାରତୀୟ ଜନତା ପାର୍ଟିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିର୍ବାଚନକୁ ନଜରରେ ରଖି ଦଳୀୟ ନେତା ଜୋର ନିର୍ବାଚନୀ ପ୍ରଚାରରେ ଲାଗିପଡିଥିବାବେଳେ ଏହି ବଡ଼ ଖବର ସାମ୍ନାକୁ ଆସିଥିଲା। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।।

Leave A Reply

Your email address will not be published.