Odisha Link
Bridging the Missing Links in Odisha

ନିଶାପାନ ସମାଜ ପାଇଁ ଅଭିଶାପ, କାମନା ଓ କ୍ରୋଧ ମଧ୍ୟ ଏକ ନିଶା: ମହାମହିମ

ନିଶାମୁକ୍ତି ଅଭିଯାନକୁ ମିଶନ ମୋଡରେ ନେବାର ସମୟ ଆସିଛି।

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟିରେ ପ୍ରଥମ ଥର ପାଦ ଦେଲେ ମହାମହିମ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆଜି ନିଶାମୁକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି ମହାମହିମ। ନିଶାମୁକ୍ତି ଅଭିଯାନ ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ନିଶାପାନ ସମାଜ ପାଇଁ ଅଭିଶାପ। କାମନା, କ୍ରୋଧ ମଧ୍ୟ ଏକ ନିଶା। ସମସ୍ତେ ସୁଖ, ଶାନ୍ତି ଓ ଆନନ୍ଦରେ ରୁହନ୍ତୁ। ମୁଁ ପୂଜା କରିବା ପାଇଁ ଏହି ଗାଁକୁ ଆସୁଥିଲି। ନିଶାପାନ କଲେ ନିଜର ଓ ପରିବାରର କ୍ଷତି ହୁଏ। ନିଶାପାନ ଏକ ଅଭିଶାପ। ସମାଜରୁ ଏ ବ୍ୟାଧିର ନିରାକରଣ ଜରୁରୀ। ନିଶାମୁକ୍ତି ଅଭିଯାନକୁ ମିଶନ ମୋଡରେ ନେବାର ସମୟ ଆସିଛି।

ସେ ଆହୁରି ମଧ୍ୟ କହିଥିଲେ, ନିଶା ଏକ ବ୍ୟାଧି, ସଚେତନ ସୃଷ୍ଟି କରିବାକୁ ହେବ। ଅପକାରିତା ଜାଣି ମଧ୍ୟ ଆମେ ନିଶା ଆଡ଼କୁ ଧସେଇ ପଶୁଛୁ। ଯୁବପିଢ଼ିକୁ ପଥଭ୍ରଷ୍ଟ କରୁଛି, ମାନସିକ ଅବସାଦ ବି ମୁଖ୍ୟ କାରଣ। ପ୍ରଥମେ ମଣିଷ ନିଶା ଖାଏ, ପରେ ନିଶା ତାକୁ ଖାଏ। ଅର୍ଦ୍ଧଚେତନ ଅବସ୍ଥାରେ ମଣିଷ କ’ଣ କରେ ବୁଝିପାରେନି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ଏକ ଅଭିଶାପ ବୋଲି ରାଷ୍ଟ୍ରପତି କହିଛନ୍ତି। ନିଶାରୁ ଦୂରେଇ ରହିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଲେ। ଗାଁ ଗାଁ ବୁଲିବାକୁ ହେବ, ଲୋକଙ୍କୁ ସଚେତନ କରିବାକୁ ହେବ ବୋଲି କହିଛନ୍ତି।

ରାଷ୍ଟ୍ରପତିଙ୍କ ଆସିବା ପରେ ଲୋକ ମନରେ ଉତ୍ସାହ ଦେଖାଦେଇଛି। ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ତାଙ୍କ ନିଜ ଗାଁ ମାଟି। ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ। ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା। ରାଷ୍ଟ୍ରପତି ନିଜ ଗାଁକୁ ଆସିଥିବାରୁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ପାଖରେ ପାଇଁ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ। ଗ୍ରାମବାସୀ ମାନେ ନିଜ ଗାଁରେ ରାଷ୍ଟ୍ରପତିଙ୍କୁ ପାଇଁ ଗର୍ବ ଅନୁଭବ କରିଛନ୍ତି।

Leave A Reply

Your email address will not be published.