Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ନେଇପାରେ ବାତ୍ୟାର ରୂପ

ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ତେବେ ଏହି ଲଘୁଚାପ ନେଇପାରେ ଅବପତ୍ର ରୂପ। ୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋସାଗରରେ ଅବପାତ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ପରେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି।

ଅବପାତ ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବ ବୋଲି ସମ୍ଭାବନା ରହିଛି। ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଯିବ। ଲଘୁଚାପ ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୮ ତାରିଖ ବେଳକୁ ଅବପାତ ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗକୁ ଗତି କରିବା ସମ୍ଭାବନା। ଅବପାତଟି ଅଧିକ ଘନୀଭୂତ ହେବା ନେଇ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିଛି। ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି।

Leave A Reply

Your email address will not be published.