Odisha Link
Bridging the Missing Links in Odisha

ସଜେଇ ହୋଇଛି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଉତ୍ସବରେ ଯୋଗଦେବେ ମହାମହିମ

ମହାମହିମଙ୍କ ଆଗମନକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ଓଏଲ୍‌ ବ୍ୟୁରୋ: ଆଜି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ। ଶେଷ ଦିନରେ ସେ ବାରିପଦା ସ୍ତିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମହାମହିମଙ୍କ ଆଗମନକୁ ନେଇ ସଜେଇ ହୋଇଛି ବିଶ୍ୱବିଦ୍ୟାଳୟ। ମହାମହିମଙ୍କ ଆଗମନକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମହାମହିମ ଯୋଗ ଦେବେ ବୋଲି ଏନେଇ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଥିଲେ।

ଖବର ଅନୁସାରେ, ଗତକାଲି ମହାମହିମ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ବୁଲିଯାଇଥିଲେ। ସେ ହେଲିକପ୍ଟରରେ ଯଶିପୁର ଅଭିମୁଖେ ଯାତ୍ରା କରି ପୂର୍ବାହ୍ନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପେଡଠାରେ ଅବତରଣ କରିଥିଲେ। ସେଠାରୁ ସ୍ୱତନ୍ତ୍ର ଗାଡି ଯୋଗେ ସଡକ ପଥରେ ଯାଇ ମଧ୍ୟାହ୍ନ ୧୨ଟା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିଲେ। ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ କିଛି ସମୟ ବୁଲି ଚହଲାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଶିମିଳିପାଳରେ ପରିଭ୍ରମଣ କାଳରେ ବିଭିନ୍ନ ଇକୋ ଡେଭଲପମେଣ୍ଟ କମିଟିର କର୍ମୀ ସହାୟତା କରିଥିଲେ। ତେବେ ସେ ଆଜି ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ରହିଛି।

Leave A Reply

Your email address will not be published.