ଓଡ଼ିଶା ଜୁଡିସିଆଲ ଏକାଡେମୀର ନ୍ୟାସନାଲ କନ୍ଫରେନସରେ ଯୋଗ ଦେଲେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼
'ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ' ସମ୍ମିଳନୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ

ଓଏଲ୍ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଓଡିଶା ଗସ୍ତରେ ଆସି ପ୍ରଥମ ଦିନରେ ଜଗା ଦର୍ଶନ କରିଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି। ଆଜି କଟକ ଜୁଡିସିଆଲ ଏକାଡେମୀର ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ ସମ୍ମିଳନୀରେ ଯୋଗଦେଇଛନ୍ତି।
ଗତକାଲି ଭୁବନେଶ୍ୱରରେ ପହନ୍ଚିଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ରାଜଧାନୀ ଭୁବନେଶ୍ୱରରେ ପହଂଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ଆଜି କଟକ ଗସ୍ତରେ ଯାଇ ନିର୍ଧାରିତ କାର୍ଯ୍ୟକ୍ରମ, ‘ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ’ ସମ୍ମିଳନୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼।