ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ୍ ମସ୍କ, ୬ ସପ୍ତାହ ମଧ୍ୟରେ ମୁଖିଆ ପଦ ନେବେ ଜଣେ ମହିଳା
ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ୍ ମସ୍କ, ୬ ସପ୍ତାହ ମଧ୍ୟରେ ମୁଖିଆ ପଦ ନେବେ ଜଣେ ମହିଳା
![](https://www.odishalink.com/wp-content/uploads/2023/02/Elon-Musk-750x430.jpg)
ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏ ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ କିଏ ଟ୍ୱିଟରର ପରବର୍ତ୍ତୀ ସିଇଓ ହେବ ସେ ନେଇ ସୂଚନା ଦେଇଛନ୍ତି ମସ୍କ। ଜଣେ ମହିଳା ଏହି ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ। ୬ ସପ୍ତାହ ମଧ୍ୟରେ କାର୍ଯ୍ୟଭାର ସମ୍ଭାଳିବା ସମ୍ଭାବନା ରହିଛି। ଜଣେ ମହିଳାଙ୍କୁ କମ୍ପାନୀର ସିଇଓ ପଦ ଦେବା ନେଇ ସେ ବେଶ୍ ଖୁସି ଅଛନ୍ତି ବୋଲି ଏଲନ୍ ଟ୍ୱିଟ କରି ଜଣାଇଛନ୍ତି। ତେବେ ସିଇଓ ପଦ ଛାଡିବା ପରେ ଏଲନ୍ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ମୁଖ୍ୟ ପ୍ରଦ୍ୟୋଗ ଅଧିକାରୀ ରହିବ ବୋଲି କହିଛନ୍ତି।
ଏଲନ ମସ୍କ ଟ୍ୱିଟର କିଣିବା ପରଠୁ ଏହାର ସିଇଓ ପଦ ସମ୍ଭାଳି ଆସିଛନ୍ତି। ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏନେଇ ଟ୍ୱିଟ କରି ମସ୍କ କହିଛନ୍ତି, ମୁଁ ଏହା ଘୋଷଣା କରି ଖୁବ୍ ଉତ୍ସାହିତ ଯେ ଜଣେ ମହିଳା ଏହି ପଦ ସମ୍ଭାଳିବେ। ଉକ୍ତ ମହିଳାଙ୍କ ସନ୍ଧାନ ସରିଛି ଏବଂ ତାଙ୍କୁ ନିଯୁକ୍ତି ମଧ୍ୟ ଦିଆସରିଛି। ଆସନ୍ତା ୬ ସପ୍ତାହରେ ସମଗ୍ର ବିଶ୍ୱ ତାଙ୍କୁ ଦେଖିବ ଓ ସେ ହେବେ ଟ୍ୱିଟରର ନୂଆ ସିଇଓ।