ଅହଂକାର ଛାଡ଼ିଲେ ଓଡ଼ିଶାରେ ସଫଳତା ମିଳିବ: ବରିଷ୍ଠ କଂଗ୍ରେସ ନେତା
କର୍ଣ୍ଣାଟକରେ ଡେଡ୍ଲି କମ୍ବିନେସନ ଏକାଠି ହେବାରୁ ସଫଳତା ମିଳିଲା।
![](https://www.odishalink.com/wp-content/uploads/2023/05/bhakt-720x430.jpg)
ଓଏଲ୍ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡିର ବାଜିମାତ ପରେ ଫଳାଫଳ ନେଇ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଇଗୋ/ଅହଂକାର ଛାଡ଼ିଲେ ଓଡ଼ିଶାରେ ସଫଳତା ମିଳିବ। ଓଡ଼ିଶାରେ ଦୁର୍ବଳ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର। ଆମେ ଏକ ହୋଇପାରିଲେ ଏତେ କଥା ଶୁଣିବାକୁ ମିଳିବନି। ପରିସ୍ଥିତି ବଦଳିବାକୁ ମାତ୍ର ମାସେ ସମୟ ଲାଗିବ। କର୍ଣ୍ଣାଟକରେ ଡେଡ୍ଲି କମ୍ବିନେସନ ଏକାଠି ହେବାରୁ ସଫଳତା ମିଳିଲା।
ଖବର ଅନୁସାରେ, ବିଜେପି ଠାରୁ ୪୮ ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲା ବିଜେଡି। ବହୁତ ପଛରେ ରହିଛି କଂଗ୍ରେସ।ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିଥିବାବେଳେ ଶେଷ ରାଉଣ୍ଡରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦୀପାଳି। ଯାହାକୁ ନେଇ ବିଜେଡି ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ଦୀପାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।