Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: ୧୦ମ ରାଉଣ୍ଡରେ ବି ବାଜି ମାରିଛନ୍ତି ଦୀପାଳି

ପଞ୍ଚମ ରାଉଣ୍ଡରେ ବିଜେଡି ୬୪୩୫, ବିଜେପି ୩୦୬୮, କଂଗ୍ରେସ ୩୩୮ ଖଣ୍ଡ ଭୋଟ ହାତେଇଛି।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍ ଗଣତି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି।

ସେହିଭଳି ଝାରସୁଗୁଡ଼ା ନିର୍ବାଚନ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୫୩୧୨, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୩୫୦୮, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୧୪୦ଖଣ୍ଡ ଭୋଟ୍ ମିଳିଛି। ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ୬୨୮୭ ଖଣ୍ଡ ଭୋଟ୍ ପାଇଛନ୍ତି ଦୀପାଳି। ବିଜେପି ୩୧୬୪ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୨୫୮ ଖଣ୍ଡ ଭୋଟ ପାଇଛନ୍ତି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ୧୦ ହଜାରରୁ ଅଧିକ ଭୋଟରେ ଦୀପାଳି ଦାସ ଆଗରେ ଥିବାବେଳେ ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ। ପଞ୍ଚମ ରାଉଣ୍ଡରେ ବିଜେଡି ୬୪୩୫, ବିଜେପି ୩୦୬୮, କଂଗ୍ରେସ ୩୩୮ ଖଣ୍ଡ ଭୋଟ ହାତେଇଛି। ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ଆଗରେ ରହିଛି।

ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୮ ହଜାର ୨୪୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ। ସପ୍ତମ ରାଉଣ୍ଡରେ ବିଜେଡି ୪ ହଜାର ୬୧୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୨ ହଜାର ୧୧୬ ଖଣ୍ଡ ଭୋଟ୍‌। ସେହିପରି କଂଗ୍ରେସ ଖାତାକୁ ଯାଇଛି ମାତ୍ର ୪୨୦ ଖଣ୍ଡ ଭୋଟ୍‌। ଅଷ୍ଟମ ରାଉଣ୍ଡରେ ବିଜେଡି ଆଗୁଆ। ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୧ ହଜାର ୬୬୬ ଖଣ୍ଡ ଭୋଟରେ ଆଗୁଆ। ନବମ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ। ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୩ ହଜାର ୫୯୦ ଖଣ୍ଡ ଭୋଟରେ ଆଗୁଆ। ୧୦ମ ରାଉଣ୍ଡରେ ବି ବାଜି ମାରିଛନ୍ତି ଦୀପାଳି।

Leave A Reply

Your email address will not be published.