Odisha Link
Bridging the Missing Links in Odisha

କୁସ୍ତି ଯୋଦ୍ଧାଙ୍କ ଧାରଣାର ପ୍ରଭାବ, କୁସ୍ତି ମହାସଂଘ ଅଧିକାରୀଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

କୁସ୍ତି ମହାସଂଘର ଅଧିକାରୀମାନେ କୌଣସି ଔପଚାରିକ ନିଷ୍ପତ୍ତି ନେଇପାରିବେ ନାହିଁ ବା ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ।

ଓଏଲ୍‌ ବ୍ୟୁରୋ: ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ କୁସ୍ତି ଯୋଦ୍ଧା ଅଭିଯୋଗ କରିଥିବା ଜଣା ପଡିଥିଲା। ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ଜନ୍ତରମନ୍ତରଠାରେ ଚାଲିଛି ଧାରଣା। କୁସ୍ତି ଯୋଦ୍ଧାଙ୍କ ଦୀର୍ଘ ଦିନର ଧାରଣା ପରେ ଭାରତୀୟ ଅଲିମ୍ପିକ ସଂଘ ନେଇଛି ବଡ ନିଷ୍ପତ୍ତି। ଲଗାତାର କୁସ୍ତି ମହାସଂଘ (ଡବ୍ଲୁଏଫଆଇ) ଉପରେ ନଜର ରଖିବା ପରେ ଏହାର ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତୀୟ ଅଲିମ୍ପିକ୍ ସଂଘ ବା (ଆଇଓଏ)। କୁସ୍ତି ମହାସଂଘର ଅଧିକାରୀମାନେ କୌଣସି ଔପଚାରିକ ନିଷ୍ପତ୍ତି ନେଇପାରିବେ ନାହିଁ ବା ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ।

ଖବର ଅନୁସାରେ, ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଲଗାତାର ଧାରଣା ପରେ ଏହା ଭାରତୀୟ ଅଲିମ୍ପିକ୍ ସଂଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହା ପୂର୍ବରୁ ମଧ୍ୟ ଏହି ମାମଲାର ଯାଞ୍ଚ କରିବାକୁ ଏକ ଆଡହକ୍ କମିଟି ଗଠନ କରାଯାଇଥିଲା, ଯିଏକି ପ୍ରତିଦିନ କୁସ୍ତି ମହାସଂଘରର କାର୍ଯ୍ୟ ଉପରେ ନଜର ରଖିଆସୁଥିଲା। ଆଗାମୀ ଦିନରେ ଏହି କମିିଟି ମଧ୍ୟ କୁସ୍ତି ମହାସଂଘର ନିର୍ବାଚନ କରାଇବ। ପୂର୍ବରୁ କୁସ୍ତିଯୋଦ୍ଧାଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ କୃଷକ।

Leave A Reply

Your email address will not be published.