ସୋସିଆଲ ମିଡିଆରେ ନିଆଁ ଲଗାଇଲା ପରିଣୀତି-ରାଘବଙ୍କ ନିର୍ବନ୍ଧ ଫଟୋ

ଓଏଲ୍ ବ୍ୟୁରୋ: ବଲିଉଡ ଅଭିନେତ୍ରୀଙ୍କ ସହ ରାଜନେତାଙ୍କ ହୋଇଗଲା ଭାବ। ଜାକଜମକରେ ଶେଷ ହେଲା ନିର୍ବନ୍ଧ। ଆମ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ।ସାତ ଜନ୍ମର ସାଥି ହେବା ପୂର୍ବରୁ ନିର୍ବନ୍ଧ କାର୍ଯ୍ୟକ୍ରମକୁ ବେଶ ଆଡ଼ମ୍ବର ସହ ଆୟୋଜନ କରିଛନ୍ତି ଏ ସେଲିବ୍ରିଟି କପଲ। ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହୋଇଛି। ଯାହା ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ରାଘବ। ଯେଉଁଥିରେ ଉଭୟଙ୍କୁ ଖୁବ୍ କ୍ଲୋଜ୍ ଦେଖିବାକୁ ମିଳିଛି।
ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ।
ସୂଚନାଥାଉକି, ନିର୍ବନ୍ଧରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଡିଜାଇନ କରିଛନ୍ତି ଖ୍ୟାତନାମା ଡିଜାଇନର ମନୀଷ ମାଲହୋତ୍ରା। ସେହିପରି ରାଘବ ଚଢା ଅଚକନ ପରିଧାନ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।