ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ସିବିଆଇ ରେଡ୍, ୧୨ଟି ସ୍ଥାନରେ ଚଢ଼ାଉ
ଦିଲ୍ଲୀ ଓ ଜୟପୁରର ୧୨ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା।
ଓଏଲ୍ ବ୍ୟୁରୋ: ସାମ୍ବାଦିକ ବିବେକ ରଘୁବଂଶୀ ବିଦେଶୀ ଗୁପ୍ତଚର ସଂସ୍ଥାକୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ମୁକ୍ତବୃତ୍ତ ପ୍ରତିରକ୍ଷା ସାମ୍ବାଦିକ ବିବେକ ରଘୁବଂଶୀଙ୍କ ଘରେ ରେଡ୍ କରାଯାଇଛି। ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ରେଡ୍ କରୁଛି ସିବିଆଇ।
ସେନା ଓ ଡିଆରଡିଓ ଗୁପ୍ତ ତଥ୍ୟ ବିଦେଶୀ ସଂସ୍ଥାକୁ ଲିକ୍ ନେଇ ରେଡ୍ କରୁଛି ସିବିଆଇ। ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶ ରାଷ୍ଟ୍ରକୁ ଦେବା ଅଭିଯୋଗରେ ଫସିଛନ୍ତି ଜଣେ ଫ୍ରିଲାନ୍ସ ସାମ୍ବାଦିକ।
କେବଳ ଡିଆରଡିଓ ନୁହେଁ, ଦେଶର ସେନା ବାହିନୀ ସହ ଜଡ଼ିତ ତଥ୍ୟକୁ ସେ ସଂଗ୍ରହ କରି ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ଦେଉଥିଲେ। ଏପରି ଗୁଇନ୍ଦାଗିରି ପାଇଁ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଛି। ରଘୁବଂଶୀ ଓ ତାଙ୍କ ସଂପର୍କୀୟଙ୍କ ୧୨ଟି ଜାଗାରେ ଚଢ଼ାଉ। ଦିଲ୍ଲୀ ଓ ଜୟପୁରର ୧୨ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା।
ଅନ୍ୟପଟେ, ସିବିଆଇ କହିଛି ଯେ ରଘୁବଂଶୀ ଡିଆରଡିଓ ଏବଂ ଆର୍ମି ସହ ଜଡ଼ିତ ସମ୍ବେଦନଶୀଳ ପ୍ରୋଜେକ୍ଟ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲେ। ଏହାପରେ ଏହି ତଥ୍ୟକୁ ସେ ବିଭିନ୍ନ ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ହସ୍ତାନ୍ତର କରୁଥିଲେ। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ି ନଥିଲେ ମଧ୍ୟ ସେ ଆର୍ଥିକ ଫାଇଦା ପାଇଁ ଏପରି କରୁଥିବା ପ୍ରାଥମିକ ତଦନ୍ତରୁ ସିବିଆଇ ଜାଣିବାକୁ ପାଇଛି।