Odisha Link
Bridging the Missing Links in Odisha

ଜାତୀୟ ଜଳ ପୁରସ୍କାର ମାନ୍ୟତା: ଗଞ୍ଜାମ ଜିଲ୍ଲା ହାସଲ କଲା ସର୍ବଶ୍ରେଷ୍ଠ ସ୍ଥାନ

ଗଞ୍ଜାମକୁ ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା ମିଳିଥିଲା।

ଓଏଲ୍‌ ବ୍ୟୁରୋ: ପୁଣି ଓଡ଼ିଶାକୁ ଗର୍ବିତ କଲା ଗଂଜାମ। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଦେଶରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସର୍ବଶ୍ରେଷ୍ଠ ସ୍ଥାନ ପାଇଛି। ୨୦୨୨ ଜାତୀୟ ଜଳ ପୁରସ୍କାର ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଦେଶର ପ୍ରଥମ ସ୍ଥାନରେ ସ୍ଥାନ ପାଇଛି।ପୂର୍ବରୁ ଓଡ଼ିଶା ପାଇଁ ଗୌରବ ଆଣିଥିଲା ଗଞ୍ଜାମ। ଗଞ୍ଜାମକୁ ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା ମିଳିଥିଲା।

ରାଷ୍ଟ୍ରପତିଙ୍କ ଠାରୁ ଦିଲ୍ଲୀ ବିଜ୍ଞାନ ଭବନରେ ପୁରସ୍କାର ଗ୍ରହଣ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍। ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଗଞ୍ଜାମ ଜିଲା ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଗଞ୍ଜାମ ଜିଲାକୁ ମିଳିଥିଲା ୬ଟି ପୁରସ୍କାର। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପୁରସ୍କାରରେ ଗଞ୍ଜାମକୁ ମିଳିଥିଲା ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର।

ଦେଶର ମୋଟ ୬ ହଜାର ୬୧୨ଟି ବ୍ଲକ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଗଂଜାମ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର ହାସଲ କରିଥିଲା। ସୁସ୍ଥ ପଞ୍ଚାୟତ, ସାମାଜିକ ସୁରକ୍ଷିତ ପଞ୍ଚାୟତ, ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ବିଭାଗରେ ମଧ୍ୟ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଥିଲା।

ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର, ହିଞ୍ଜିଳିକୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର, ହିଞ୍ଜିଳି ବ୍ଲକ କଞ୍ଚୁରୁ ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ପୁରସ୍କାର, ଶାସନ ଆମ୍ବଗାଁକୁ ଦ୍ୱିତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ପୁରସ୍କାର, ଭଞ୍ଜନଗର ବ୍ଲକ କୁଲାଡ଼କୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର, ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉର୍ଜା ସ୍ୱରାଜ ବିକାଶ ପଞ୍ଚାୟତ ପୁରସ୍କାର ଭାବେ ଘୋଷଣା କରାଯାଇଥିଲା। ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିଲା। ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆସିକା ଥାନା ଆଇଆଇସି ଟ୍ରଫି ଗ୍ରହଣ କରିଥିଲେ।

Leave A Reply

Your email address will not be published.