Odisha Link
Bridging the Missing Links in Odisha

ଉମେଶ ପାଲ ହତ୍ୟା ମାମଲା: ଅଭିଯୁକ୍ତ ଗୁଡ୍ଡୁ ମୁସଲିମ ନାଁରେ ଲୁକଆଉଟ ସର୍କୁଲାର ଜାରି

ଗତକିଛି ଦିନ ହେବ ଠିକଣା ବଦଳାଇ ଚକମା ଦେଉଛି ଗୁଡ୍ଡୁ।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଉମେଶ ପାଲ ହତ୍ୟା ମାମଲା ଅଭିଯୁକ୍ତ ଗୁଡ୍ଡୁ ମୁସଲିମ ନାଁରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି। ଗୁଡ୍ଡୁ ମୁସଲିମ ସହ ଅନ୍ୟ ଦୁଇ ଜଣଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କଲା ୟୁପି ପୁଲିସ। ତେବେ ଏହି ମାମଲାରେ ପୁଲିସ ତଦନ୍ତ ଜାରି କରିଛି।

ଖବର ଅନୁସାରେ, ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ଭିତରୁ ଅନ୍ୟତମ ଗୁଡ୍ଡୁ ମୁସଲିମ୍। ୟୁପିର କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ଅତିକର ଖାସ୍ ଲୋକ ଥିଲା। ବୋମା ତିଆରି କରିବାରେ ମାହିର ଗୁଡ୍ଡୁ ମୁସଲିମ୍। ଗତକିଛି ଦିନ ହେବ ଠିକଣା ବଦଳାଇ ଚକମା ଦେଉଛି ଗୁଡ୍ଡୁ। ଗ୍ୟାଙ୍ଗଷ୍ଟର ଅତିକର ଅନୁଗତ ଥିଲା ଗୁଡ୍ଡୁ। ଗୁଡ୍ଡୁ ମୁସଲିମ୍ ୟୁପିରେ ବଡ ମାଫିଆ ଭାବେ ପରିଚିତ।

ପୂର୍ବରୁ ଓଡ଼ିଶାରେ ଗୁଡୁ ମୁସଲିମ ୧୨ ଦିନ ଧରି ଥିବା ଚର୍ଚ୍ଚା ଜୋର ଧରିଥିଲା। ଏପ୍ରିଲ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମ୍‌। ୟୁପିରେ ଉମେଶ ପାଲ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଲୁଚିଥିଲା। ଗୁଡ୍ଡୁ ମୁସଲିମ ଏବେ ନିଜର ଚେହେରା ବଦଳାଇଥିବା ବେଳେ ଦାଢି ବଢାଇଥିବା ଜଣାପଡ଼ିଛି। ପୁଲିସ ନଜରରୁ ଖସିବା ପାଇଁ ନାନା ପଇଁତରା ମାରୁଛି ଗୁଡ୍ଡୁ ମୁସଲିମ୍‌।

Leave A Reply

Your email address will not be published.