ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର, ସୂଚନା ଦେଲେ ମୁଖ୍ୟ ମହା ଡାକପାଳ
ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ଯ୍ୟାଳୟ ସେବା ଏବଂ ବ୍ୟାଙ୍କ ସେବା ମଧ୍ୟ ପ୍ରଦାନ କରେ।

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଖୋଲିବ ନୂଆ ଡାକଘର। ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ ୮୩୨୦ରୁ ଅଧିକ ଡାକଘର ରହିଛି। ବର୍ତ୍ତମାନ ଏହି ଡାକଘର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି।
ସୂଚନା ଅନୁସାରେ, ଭାରତୀୟ ଡାକ ସେବାରେ ୧୫୫,୩୩୩ଟି ଡାକଘର ଅଛି। ଏହା ବିଶ୍ୱରେ ବଣ୍ଟନ ହେଇଥିବା ଡାକ ସେବା ମଧ୍ୟରୁ ଏକ। ଭାରତୀୟ ଡାକ ସେବା ନିଜର ସେବା କେବଳ ସହରରେ ହି ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ୟ ସେବା ଯୋଗାଏ। ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ଯ୍ୟାଳୟ ସେବା ଏବଂ ବ୍ୟାଙ୍କ ସେବା ମଧ୍ୟ ପ୍ରଦାନ କରେ।