କିନ୍ନରଙ୍କ କାହାଣୀକୁ ନେଇ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର
ଆସନ୍ତା ୨୫ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି।

ଓଏଲ୍ ବ୍ୟୁରୋ: ଆସନ୍ତା ୨୫ରେ ରିଲିଜ୍ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଟି’। କିନ୍ନରଙ୍କ କାହାଣୀକୁ ନେଇ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଯାଇଛି। କିନ୍ନରଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ପୂର୍ବରୁ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଏହି ପ୍ରଯୋଜନା ସଂସ୍ଥାକୁ ମିଳିଛି ପ୍ରଶଂସା।
ବହୁପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର ରିଲିଜ ଅବସରରେ ଓଲିଉଡ ଜଗତର ଜଣାଶୁଣା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ଓ ସିନେ ସମୀକ୍ଷକ ଯୋଗଦେଇଥିଲେ। ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, ମୀରା ପରିଡା, ଅଭିନେତା ଦେବାଶିଷ ସାହୁ, ରଣବୀର କଲସୀ ବି ଯୋଗଦେଇଥିଲେ। ଆସନ୍ତା ୨୫ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି।
କିନ୍ନରଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ। ଫିଲ୍ମ ‘ଟି’କୁ ୟୁ/ଏ ସାର୍ଟିଫିକେଟ ମିଳିବା ପରେ ପ୍ରଯୋଜନା ସଂସ୍ଥା ଓ ଦର୍ଶକ ବେଶ୍ ଖୁସି। ପାନୋରମା ମ୍ୟୁଜିକ ଓ ଷ୍ଟୁଡିଓ ‘ଟି’ ସହିତ ମିଳିତ ପ୍ରଚାର ପ୍ରସାର କରୁଛନ୍ତି। ତେବେ ଚଳଚ୍ଚିତ୍ରଟି ସମସ୍ତଙ୍କୁ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା।