ବୋହୂଙ୍କ ଏତଲା ପରେ ମୁହଁ ଖୋଲିଲେ ବିଧାୟକ ଶଶିଭୂଷଣ, କହିଲେ ଅଭିଯୋଗ ଭିତ୍ତିହୀନ
ଏଭଳି କହି ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡ଼ା ବିଧାୟକ।
ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ପୁରା ପରିବାର ନାଁରେ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ। ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଶଶୀଭୂଷଣ ବେହେରାଙ୍କ ବୋହୂ। ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ଶଶିଭୂଷଣ ବେହେରା। ସେ କହିଛନ୍ତି, ମୋ ପୁଅ ଏବଂ ବୋହୂ ମଧ୍ୟରେ କିଛି ମତାନ୍ତର ଥାଇପାରେ। ସେ ଏଠାରେ ୧ମାସ ୧୧ଦିନ ରହିବା ପରେ ତାଙ୍କ ବାପ ଘରକୁ ଯାଇଥିଲେ। ହେଲେ ବୋହୂ କରିଥିବା ଅଭିଯୋଗ ଭିତ୍ତିହୀନ ଅଟେ। ଏଭଳି କହି ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡ଼ା ବିଧାୟକ।
ଖବର ଅନୁସାରେ, ସ୍ବାମୀ, ଶାଶୁ, ଶ୍ବଶୁରଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲି। ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲିଙ୍କ ଅଭିଯୋଗ ଅନୁସାରେ, ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ଯୌତୁକ ନିର୍ଯାତନା ଓ ମାରପିଟ କରୁଥିଲେ। ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।
ଆହୁରି ମଧ୍ୟ ଶଶିଭୂଷଣଙ୍କ ପୁଅ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ଶଶିଭୂଷଣଙ୍କ ବୋହୂ ରୋନାଲି। ୪୦ ଲକ୍ଷ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲା। ଏନେଇ ଶ୍ବଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା ଏତଲା ଦେଇଛନ୍ତି ତାଙ୍କ ବୋହୂ। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୁଲିସ। ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।