୧୮ରେ ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପିଏମ୍ ମୋଦି
ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଏଲ୍ ବ୍ୟୁରୋ: ମେ’ ୧୮ରେ ପୁରୀରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ପୂର୍ବରୁ ଏହା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ଏହାକୁ ପରିବର୍ତନ କରି ୧୮ ତାରିଖ ଘୋଷଣା କରାଯାଇଛି। ଗୁରୁବାର ଦିନ ୧୦.୩୦ରେ ପୁରୀରୁ ବନ୍ଦେଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମକୁ ଭରଚୁଆଲ ମୋଡ଼ରେ ଆରମ୍ଭ କରିବେ ମୋଦି।
ପୂର୍ବରୁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଆସନ୍ତା ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ୍। ସେ କହିଥିଲେ ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ୍। ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ୍ ଆରମ୍ଭ ହୋଇଛି। ରାମାୟଣ ଏକ୍ସପ୍ରେସ୍ ଜଗନ୍ନାଥ ଏକ୍ସପ୍ରେସ୍ ପରେ ଚାଲିବ। ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଖାଦ୍ୟ ଓ ଭାଷା ପ୍ରଚାର ପ୍ରସାର କରିବ।