ଜେପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟରେ ଭେଟିଲେ ମନମୋହନ ସାମଲ। ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।
ଖବର ଅନୁସାରେ, ଡିସେମ୍ବର ଶେଷରେ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବାଲିଗୁଡ଼ା ସ୍ଥିତ ତୁମୁଡିବନ୍ଧ ମିନି ଷ୍ଟାଡିୟମରେ ଆୟୋଜିତ “ସାଧାରଣ ସଭା”ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟବାସୀଙ୍କ ହିତ କଥା କହୁଥିବା ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାରୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି ବୋଲି କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି ହେଲେ ନବୀନ ସେଥିରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ପଚାରିଥିଲେ ନଡ୍ଡା। ଏଭଳି ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଇଥିଲେ ଆୟୋଜିତ ସଭାରେ। ଏଥିସହିତ ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।