Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ଫଳାଫଳ

ଏସଏମଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ।

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡ ପରିକ୍ଷା ଫଳ ପ୍ରକାଶନ ତାରିଖକୁ ବୋର୍ଡ଼ ଉପ-ସଭାପତି ଘୋଷଣା କରିଛନ୍ତି। ଏନେଇ ଗତକାଲି ୧୧.୩୦ରେ ତାରିଖ ଘୋଷଣା ହୋଇଥିଲା। ତେବେ ଗୁରୁବାର ଦିନ ୧୦ଟାରେ ଓଡିଶା ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଏହି ରେଜଲ୍ଟ।

ମାଟ୍ରିକ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ବିଏସଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍ ୱେବସାଇଟରେ ପରୀକ୍ଷା ଫଳ ଜାଣିହେବ। ସେହିପରି ଏସଏମଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ। ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ।

ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ସହଜରେ ନିଜ ରେଜଲ୍ଟ ପାଇପାରିବେ..

ଓଡ଼ିଶା ବୋର୍ଡ ଦ୍ୱାରା ଆୟୋଜିତ ମାଟ୍ରିକ ପରୀକ୍ଷାର ଫଳାଫଳ ପାଇଁ ଛାତ୍ରଛାତ୍ରୀ ପ୍ରଥମେ www.bseodisha.ac.in ୱେବସାଇଟକୁ ଯାଇ ନିଜର କ୍ରମିକ ନମ୍ବର ମାରିବା ଦ୍ୱାରା ନିଜର ଫଳାଫଳ ଜାଣିପାରିବେ। ନଚେତ OR10 ସହ ନିଜର ROLL NUMBER ଯୋଡି ୫୬୭୬୭୫୦କୁ ମେସେଜ ବକ୍ସରୁ ପଠାଇବା ପରେ ନିଜର ମାଟ୍ରିକ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

ଖବର ଅନୁସାରେ, ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି। ପରୀକ୍ଷାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବା ନେଇ ନିର୍ଦ୍ଦେଶ ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।

Leave A Reply

Your email address will not be published.