ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆୟୋଜିତ ହେଲା ପୂର୍ବ ପ୍ରସ୍ତୁତି ବୈଠକ
ସହାୟତା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ଗୁଡିକ ରଥଯାତ୍ରା ସମୟରେ କେଉଁ ସ୍ଥାନରେ ରଖାଯିବ ଏନେଇ ସ୍ଥିର ହୋଇଛି।
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କକ୍ଷରେ ଏହା ଆୟୋଜିତ ହୋଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଛନ୍ତି।
ରଥଯାତ୍ରାକୁ ନଜରରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ତା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ କରାଯାଇଛି। ମେଡ଼ିକାଲରେ ବେଡ଼ ବୃଦ୍ଧି କରାଯିବା ପାଇଁ ପ୍ରସ୍ତୁତି ହୋଇଥିବାବେଳେ ଅତିରିକ୍ତ ଡାକ୍ତର ଏବଂ ପାରାମେଡିକ୍ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ସହାୟତା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ଗୁଡିକ ରଥଯାତ୍ରା ସମୟରେ କେଉଁ ସ୍ଥାନରେ ରଖାଯିବ ଏନେଇ ସ୍ଥିର ହୋଇଛି।
ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ଏବେ ସୁଦ୍ଧା ତିନି ରଥର ମୋଟ ୪୨ଟି ଚକରୁ ୩୩ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନି ରଥର ବାକି ଥିବା ଅଖର ନିର୍ମାଣ କାର୍ଯ୍ୟ ଚାଲିଛି। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି।